ଭାରତ ସରକାରଙ୍କ ତରଫରୁ ମନ୍ତବ୍ୟ- ବିଦେଶ ବିଭାଗ-ବୈଦେଶୀକ ମନ୍ତ୍ରୀ

 ଉଗ୍ରବାଦୀଙ୍କୁ ସ୍ଥାନ ଦିଆନଯାଉ: ଜୟଶଙ୍କର 

24-12-2023

ନୂଆଦିଲ୍ଲୀ, ୨୩ ।୧୨  ଉଗ୍ରବାଦୀଙ୍କୁ ସ୍ଥାନ ଦେବା ଉଚିତ ନୁହେଁ । ଆମେରିକାରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା ପ୍ରସଙ୍ଗରେ ଏକଥା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଆମେ ଏ ବିଷୟରେ ଅବଗତ ଅଛୁୟ ଭାରତ ବାହାରେ ବିଚ୍ଛିତ୍ତତାବାଦୀ ଶକ୍ତି ଏବଂ ଉଗ୍ରବାଦୀଙ୍କୁ ସ୍ଥାନ ଦେବା ଉଚିô ନୁହେଁ । ଆମର ଦୂତାବାସ ସେଠାରେ ସରକାର ଏବଂ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଏବଂ ତଦନ୍ତ ଚାଲିଛି । ନ୍ୟୁଜ୍ ଏଜେନ୍ସି ଇଘଓ ଅନୁଯାୟୀ, ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ଦ୍ୱାରା ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋରେ ୱାଶିଂଟନ୍ ଡିସି ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା କାଲିଫର୍ଣ୍ଣିଆର ନ୍ୟୁୟର୍କ ସହରରେ ଏହି ଘଟଣା ଘଟିଥିବାର ଦେଖାଯାଇଥିଲା । ମନ୍ଦିର କ୍ୟାରେ ଭାରତ ବିରୋଧୀ ସ୍ଲୋଗାନ ଲେଖାଯାଇଛି । ସେୟାର ହୋଇଥିବା ଫଟୋରେ ସ୍‌୍ୱାମୀନାରାୟଣ ମନ୍ଦିରର କ୍ୟାରେ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଥିଲା । ବାଣିଜ୍ୟିକ ଦୂତାବାସ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, କାଲିଫର୍ଣ୍ଣିଆର ନ୍ୟୁୟର୍କର ସ୍‌୍ୱାମୀନାରାୟଣ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ଆମେ ଦୃଢ ନିନ୍ଦା କରୁଛୁ । ଏହି ଘଟଣା ଭାରତୀୟ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି ।


Comments